କେନ୍ଦୁଝର ସହର: ଦେଓଝରଣ ଠାରେ ଦେଓଝରଣ ବିଦ୍ୟାଳୟ ଠାରୁ ଗୟଳମୁଣ୍ଡା କଲୋନୀ ସାହି ଯାଏଁ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଆନନ୍ଦପୁର ବିଧାୟକ
କେନ୍ଦୁଝର ଜିଲ୍ଲା ଦେଓଝରଣ ଠାରେ ନବନିର୍ମାଣ ହେବାକୁ ଯାଉଥିବା ଦେଓଝରଣ ବିଦ୍ୟାଳୟ ଠାରୁ ଗୟଳମୁଣ୍ଡା କଲୋନୀ ସାହି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଆଜି ଦିବା ପ୍ରାୟ ୧ଘଟିକା ସମୟରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଶୁଭ ସ୍ଥାପନ କରିଥିବା ବେଳେ ବିଭାଗୀୟ ଅଧିକାରୀ, ଯନ୍ତ୍ରୀଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହିଥିଲେ ।