ବୀରମହାରାଜପୁର: ସିଂଢୋଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯକ୍ରମର ଶୁଭାରମ୍ଭ
ଉଲୁଣ୍ଡା ଥାନା ଅନ୍ତର୍ଗତ ସିଂଢୋଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ ଆଜି ପୂର୍ବାହ୍ନ 11ଟା ସମୟରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ସମିତି ସଭ୍ୟ ହୃଦାନନ୍ଦ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତାକାତି ଶୁଭ ଉଦଘାଟନ କରିଥିଲେ l ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ସଭାରେ ସମିତି ସଭ୍ୟ, ଆୟୁଷ ମେଡିକାଲ ଅଫିସର ଡ଼ ଦିଲ୍ଲପ ପାଣ୍ଡିଆ, ଡ଼ ଓମ ପ୍ରକାଶ କଳତା ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ୟେଶ୍ୟ ଉପରେ ବୁଝାଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ କର୍ମୀ ରାଜେଶ୍ୱରୀ କୁର କୁରିଆ, ଦାଶରଥି ଅମାତ