ସୋମବାର ବୌଦ୍ଧ ପୋଲିସ ଗତ ବିଳମ୍ବିତ ରାତିରେ ବୀର ନରସିଂହପୁର ନିକଟରେ ଅଜଣା ଗାଡି ଧକ୍କାରେ ମୃତ ନାବାଳକର ଶବକୁ ଜବତ କରିଛି | ମିଳିଥିବା ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତି ପ୍ରାୟ 11 ଘଣ୍ଟା ସମୟରେ ଜାତୀୟ ରାଜପଥ ନଂ 57 ର ବୌଦ୍ଧ ଥାନା ବୀର ନରସିଂହପୁର ନର୍ସରୀ ନିକଟ ବୁଲାଣୀରେ ବାଇକକୁ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଜଣେ ବାଇକ ଆରୋହୀ 15 ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇ ଯାଇଛି l ବୌଦ୍ଧ ପୋଲିସ ଆଜି ସକାଳେ ଡାକ୍ତର ଖାନାରେ ପହଞ୍ଚି ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି |