ପଦ୍ମପୁର: ଅନ୍ୱେଷା ହଷ୍ଟେଲ ଖେଳପଡିଆ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ସର୍ଗିଫୁଲ" ଅନୁଷ୍ଠିତ ହୋଇଯାଇଛି
ଆଜି ମଙ୍ଗଳବାର ସକାଳ 10ଟା 30 ମିନିଟ ସମୟରେ ବରଗଡ ଜିଲ୍ଲା ପଦ୍ମପୁର ସହର ପଦ୍ମପୁର ସରକାରୀ ବାଳିକା ବିଦ୍ୟାଳୟ (କଲ୍ୟାଣ ବିଭାଗ) ଅନ୍ୱେଷା ହଷ୍ଟେଲ ଖେଳପଡିଆ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ସର୍ଗିଫୁଲ" ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନ ରେ ମୁଖ୍ୟ ଅତିଥି ଭାବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ଶୁଭ ଉଦଘାଟନ କରିବା ସହ ଵିଜ୍ଞାନ ମେଲା ର ଉଦଘାଟନ କରିଥିଲେ। ଦ୍ୱିତୀୟ ଅଧିବେଶନ ରେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୃତି ପ୍ରତିଭା ମାନଙ୍କୁ ପୁରସ୍କୃତ କରିଥିଲେ।