ଡାବୁଗାଁ: ମଇଦଲପୂର ଏକତା ଦିବସ ଅଵସରରେ ଗଣ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ
ସର୍ଦାର ବଲ୍ଳଭଭାଇ ପଟେଲଙ୍କ 150ତମ ଜୟନ୍ତୀ ଅଵସରରେ ଆଜି ମଇଦଲପୁର ଠାରେ ଗଣ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ସ୍ଥାନୀୟ ପୋଲିସ, ବନ ବିଭାଗ, ସାମ୍ବାଦିକ ଓ ଜନ ସାଧାରଣ ଏଥିରେ ସାମିଲ ହୋଇଥିଲେ | ସହର ସାରା ବୁଲିବା ସହ ଲୋକଙ୍କୁ ସଚେତନ କରାଇଥିଲେ | ବଲ୍ଳଭ ଭାଇ ପଟେଲ କିପରି ଦେଶକୁ ଏକତା କରିବାକୁ ଉଦ୍ୟମ କରିଥିଲେ ସେନେଇ ବାର୍ତ୍ତା ଦିଆଯାଇଥିଲା |