ବାମରା ୱେଷ୍ଟ କେବିନ ବସଷ୍ଟାଣ୍ଡ ରେଳ ଫାଟକ ପ୍ରାୟ ଦୁଇ ଘଣ୍ଟା ଧରି ଅଚଳ ରହିଥିବା ବେଳେ ଉକ୍ତ ରାସ୍ତା ରେ ଯାତାୟାତ ପ୍ରଭାବିତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ବାମରା ର ବ୍ୟସ୍ତ ବହୁଳ ବସଷ୍ଟାଣ୍ଡ ରେଳ ଫାଟକଟି ଶନିବାର ରାତି ପ୍ରାୟ ୧୧ ଟା ସମୟରେ ଅଚଳ ହୋଇ ପଡ଼ିଥିଲା। ଏନେଇ ସୂଚନା ପାଇ ରେଳ କର୍ମଚାରୀ ମାନେ ପହଞ୍ଚି ରେଳ ଫାଟକ କୁ ମରାମତି କରିଥିବା ବେଳେ ରାତି ପ୍ରାୟ ୧୨ ଟା ସମୟରେ ଏହି ବାଟରେ ଯାତାୟାତ ସ୍ଵଭାବିକ ହୋଇ ଥିବା ଜଣାପଡିଛି। ରେଳ ଫାଟକ ଅଚଳ ହେବା ଯୋଗୁଁ ପ୍ରାୟ ୨ ଘଣ୍ଟା ଧରି ଉକ୍ତ ରାସ୍ତା ରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।