ବସ୍ତା ଥାନା ଅନ୍ତର୍ଗତ ଭେଲୋରା ଗ୍ରାମର ଜୈନିକ ଯୁବକ ରବିବାର ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ଜଣକ ହେଲେ ଉକ୍ତ ଗ୍ରାମର ବିନୋଦ ବିହାରୀ ମଣ୍ଡଳ । ସୂଚନା ଅନୁସାରେ ବିନୋଦ କଷାଫଳ ମୁହାଣରେ ଟ୍ରଲର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ।ଗତକାଲି କାର୍ଯ୍ୟରୁ ଫେରି ଘରେ ଥିଲେ।ତେବେ ଆଜି ସକାଳୁ ବିନୋଦ କୁଆଡେ ନିଖୋଜ ହୋଇଯାଇଥିଲେ।ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ଖବର ପାଇଆଜି ସକାଳ ୯ ରେ ଘର ନିକଟ ଏକ ଅସମ୍ପୂର୍ଣ୍ଣ ଘରୁ ବିନୋଦଙ୍କୁ ଉଦ୍ଧାର କରି ସଙ୍ଗେସଙ୍ଗେ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ ମାତ୍ର ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ