ଗଞ୍ଜାମ ସହର ସାନ ବଜାର ଠାରେ ମାଛ ମାର୍କେଟ ଅବସ୍ଥିତ l ବହୁ ଦାବି ପରେ ଏନଏସି ପ୍ରଶାସନ ପକ୍ଷରୁ ମାଛ ବେପାରୀ ମାନଙ୍କ ଲାଗି ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଛି l ତେବେ ସାମାନ୍ୟ ବର୍ଷା ହେଲେ ଭେଣ୍ଡିଂ ଜୋନ ସମୁଖରେ କୃତିମ ପୋଖରୀ ସୃଷ୍ଟି ହେଉଛି l ଯାହା ଫଳରେ ମାଛ କିଣି ବାକୁ ଯାଉଥିବା ଲୋକମାନେ ଉକ୍ତ ମଇଳା ପାଣିରେ ଯିବାକୁ ପଡୁଛି l ଏଥିସହ ସେଠାରେ ଷ୍ଟ୍ରିଟ ଲାଇଟ ଖୁଣ୍ଟ ଥିଲେ ମଧ୍ୟ ଦୀର୍ଘ ମାସ ହେବ ତାହା ଜଳୁ ନଥିବା ଅଭିଯୋଗ ହୋଇଛି। ବୁଧବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବ୍ଯବସାୟୀ ।