ସ୍ଥାନୀୟ ଦାଶରଥିନଗର ସ୍ଥିତ ଶେଷଦେବ ଖମାରି ଙ୍କ ଘରେ ଗୁରୁବାର ମଧ୍ୟାହ୍ନରେ ସ୍କୁଟି ଚାର୍ଜରେ ବସିଥିବା ବେଳେ ଜଳିଯାଇଥିଲା। ସ୍କୁଟି ସହ ଘରର ଆସବାବପତ୍ର ଜଳିଯାଇଥିବା ବେଳେ ଖବର ପାଇ ପାଟଣାଗଡ଼ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସ୍କୁଟି ଓ ଆସବାବପତ୍ର ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିବା ବେଳେ ସ୍କୁଟି ସଟସର୍କିଟ ହେତୁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି।