ପଟ୍ଟାଙ୍ଗୀ: କୁମାରଗୁଡା ଗ୍ରାମରେ ଏକ ଦଶାହା କାର୍ଯ୍ୟରେ ଯୋଗ ଦେଲେ ପଟାଙ୍ଗୀ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା
ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେମିଳିଗୁଡ଼ା ବ୍ଲକ ଚାରାଙ୍ଗୁଲ ପଞ୍ଚାୟତ କୁମାରଗୁଡା ଗ୍ରାମର କୁଶ କୁଲଦୀପଙ୍କ ପୁଅ ରୋମିଓ କୁଲଦୀପଙ୍କ ଦଶାହ କାର୍ଯ୍ୟରେ ପଟାଙ୍ଗୀ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ଯୋଗ ଦେଇଥିବା ରବିବାର ସଂଧ୍ଯା ୬ଟା ସମୟରେ ଦେଖିବାକୁ ମିଳିଛି। ଯୋଗ ଦେଇ ଦୁଃଖ ପ୍ରକାଶ କରିବା ସହ ଅକାଳରେ ପୁଅକୁ ହରେଇବାର ଦୁଃଖକୁ କୌଣସି ଭାଷାରେ ବର୍ଣ୍ଣନା କରିହେବ ନାହିଁ। କୁନି ପୁଅର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିବା ସହ ଈଶ୍ବର କୁଶ ଭାଇଙ୍କ ପରିବାରଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ବିଧାୟକ ରାମଚନ୍ଦ୍ର କାଡାମ କହିଥିଲେ।