କବିସୂର୍ଯ୍ୟନଗର: ଶଙ୍ଖଭୂମି ରେ ଘର ସନ୍ଧି କାନ୍ଥ କୁ ନେଇ ଆକ୍ରମଣ, ଦୁଇ ଆହତ, ଦୁଇ ଗିରଫ
ବେଗୁନିଆପଡା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ପଂଚାୟତ ଶଙ୍ଖଭୁମି ଗ୍ରାମରେ ଘର ସନ୍ଧି କାନ୍ଥକୁ ନେଇ ଆକ୍ରମଣ ଫଳରେ ଦୁଇଜଣ ଆହତ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିଛି ବେଗୁନିଆପଡା ପୋଲିସ । ଏତଲା ପ୍ରକାରେ ଏହି ଗ୍ରାମର ସୁଦାମ ଦାସ ଓ ସୁଧୀର ଦାସଙ୍କ ଘର ସନ୍ଧିରେ ଥିବା କାନ୍ଥକୁ ନେଇ କଳହ ହୋଇଥିଲା । ସୁଦାମ ଦାସ ସୁଧୀର ଦାସକୁ ଗାଳି ଗୁଲଜ କରିବା ଫଳରେ ସୁଧୀର ପ୍ରତିବାଦ କରିଥିଲେ । ସୁଦାମ ରାଗିଯାଇ ସୁଧୀର କୁ ଆକ୍ରମଣ କରିଥିଲେ । ପାଟି ଶୁଣି ସୁଧୀରଙ୍କ ସ୍ତ୍ରୀ ଅମୁଲ୍ୟ ବାହାରକୁ ଆସି ଅଟକାଇ ଥିଲେ । ଏହାପରେ ସୁଦାମଙ୍କ ସ୍ତ୍ରୀ ଶାନ୍ତି ଦାସ ଅମୁଲ୍ୟ କୁ ଆକ୍ରମଣ କରିଥିଲେ ।