ବଲାଙ୍ଗୀର, ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ଶ୍ରୀ ପ୍ରିୟବ୍ରତ ସାମନ୍ତରାୟ ଓ ଶ୍ରୀମତୀ ପ୍ରେମଶିଳା କେରକେଟା ତିନିଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର, ଆଶ୍ରମ ବିଦ୍ୟାଳୟ, ଆହାର କେନ୍ଦ୍ର, ଖୁଚୁରା ବିକ୍ରୟ କେନ୍ଦ୍ର ଓ ଛତୁଆ ପ୍ରସ୍ତୁତି ପ୍ରକ୍ରିୟା କେନ୍ଦ୍ର ପରିଦର୍ଶନ ଓ ତଦାରଖ କରିଥିଲେ । ସର୍କିଟ ହାଉସରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସଦସ୍ୟମାନେ NFSA ଅଧୀନରେ ଚାଲୁଥିବା କାର୍ଯ୍ୟକ୍ରମ ଓ ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା