ବାମରା ବ୍ଲକ ଅନ୍ତର୍ଗତ ଉଚ୍ଚକାପାଟ ଧାନ ମଣ୍ଡିରେ ଧାନ କ୍ରୟ ହେଉ ନଥିବାରୁ ଚାଷୀ ଅସନ୍ତୋଷ ବୃଦ୍ଧି ପାଇଛି। ଏହାକୁ ନେଇ ଚାଷୀ ମାନେ ସୋମବାର ଦିନ ମଣ୍ଡିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି। ସୂଚନା ଅନୁସାରେ ଗତମାସ ୨୮ ତାରିଖରୁ ମଣ୍ଡି ଆରମ୍ଭ ପାଇଁ ନିର୍ଦ୍ଦେଶ ରହିଥିଲା।ଧାର୍ଯ୍ୟ ଦିନ ଅନୁସାରେ ଉଚ୍ଚକପାଟ ମଣ୍ଡି ତିନି ଡିସେମ୍ବର ବୁଧବାରରୁ ଆରମ୍ଭ ହୋଇଥିଲା।ତେବେ ଆଜି ପର୍ଯ୍ୟନ୍ତ କୌଣସି ଚାଷୀଙ୍କ ଧାନ କୌଣସି ମିଲର ଦ୍ଵାରା କ୍ରୟ ନ ହୋଇ ଖୋଲା ମଣ୍ଡିରେ ପଡ଼ି ରହିଛି।