ବୀରମହାରାଜପୁର: କୌଡ଼ିଆମୁଣ୍ଡା ଗ୍ରାମରେ ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ଉଦଯାପିତ, ଯୋଗଦେଲେ ବହୁ ଭକ୍ତ ତଥା ଶ୍ରଦ୍ଧାଳୁ
ବିନିକା ଥାନା ଅନ୍ତର୍ଗତ ଶଙ୍କରା ପଞ୍ଚାୟତର କୌଡ଼ିଆମୁଣ୍ଡା ଗ୍ରାମରେ ସାତ ଦିନ ଧରି ଚାଲିଥିବା ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ଆଜି ଅପରାହ୍ନ 4ଟାରେ ଉଦଯାପିତ ହୋଇଯାଇଛି l ଭାଗବତ ପୁରାଣ କମିଟି ପକ୍ଷରୁ ଆୟୋଜିତ ଏହି ସପ୍ତାହ ପରାୟଣକୁ ବ୍ୟାସ ଭାବେ ବାଞ୍ଜିପାଲି ଗ୍ରାମର ନୀଳମାଧବ ନାୟକ ଯୋଗଦେଇ ସଂଗୀତମୟ ଶ୍ରୀମଦ ଭାଗବତ ପାରାୟଣ ପଠନ କରିଥିଲେ l ଏଥିରେ ପୂଜକ ଭାବରେ ପ୍ରଭୁଦତ୍ତ ପତି ଓ ସହଯୋଗୀ ଭାବେ ରଞ୍ଜିତ ପଣ୍ଡା ଓ ପିଣ୍ଟୁ ପଣ୍ଡା ଦାୟିତ୍ୱ ତୁଲାଇଥିବା ବେଳେ କର୍ତ୍ତା ଭାବେ ଦୀନବନ୍ଧୁ ନାୟକ ଓ ତାଙ୍କ ପତ୍ନୀ ଅନୁସୟା ନାୟକ ଦାୟିତ୍ୱ ତୁଲାଇଥିଲେ l ଏହି ଅବସରରେ ଉକ୍ତ ଅଂଚଳରେ