ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ମାଲକାନଗିରି ଠାରେ ଆୟୋଜିତ ଏକତା ପଦଯାତ୍ରାକୁ ଉଦଘାଟନ କଲେ ନବରଂଗପୁର ସାଂସଦ ବଳଭଦ୍ର ମାଝୀ। ଏନେଇ ସାଂସଦ କହିଛନ୍ତି ଏକତା ପଦଯାତ୍ରା କେବଳ ଏକ ସାଧାରଣ ପଦଯାତ୍ରା ନୁହେଁ, ଏହା ଭାରତୀୟତାର ପ୍ରତୀକ, ଦେଶକୁ ଏକ ରଖିବା ପାଇଁ ସାଧାରଣ ନାଗରିକଙ୍କ କର୍ତ୍ତବ୍ୟର ପ୍ରତୀକ।