ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗ ଓ ପୁଲିସର ମିଳିତ ଭାବେ ବଡଗଡ ଅଞ୍ଚଳରେ ଚଢଉ କରି ବେଆଇନ ଭାବେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ଜଣାପଡିଛି। ସୋମବାର ପୂର୍ବାହ୍ନରେ ପୁଲିସ୍ ଅବକାରୀ ବିଭାଗର କର୍ମଚାରୀ ମାନଙ୍କୁ ନେଇ ଏକ ବଡ ଧରଣର ଚଢଉ କରାଯାଇ ୬ ଏକର ଜାଗାର ବେଆଇନ ଭାବେ ଚାଷ କରାଯାଇଥିବା ଗଞ୍ଜେଇ ଗଛ ଗୁଡ଼ିିକୁ କାଟି ସେ ଗୁଡିକୁ ପୋଡ଼ି ନଷ୍ଟ କରିଦିଆଯାଇଥିବା ଜଣାପଡିଛି।