ମୟୂରଭଞ୍ଜ ଜିଲ୍ଳାପାଳ ହେମକାନ୍ତ ସୟ ମଙ୍ଗଳବାର ଦିନ ପ୍ରାୟ ୨ ଟାରେ କପ୍ତିପଦା ପି.ଏ. ଆଇ.ଟି. ଙ୍କ ସହ ଖୁଣ୍ଟା ବ୍ଲକ ଅଧୀନ ବାହାନଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ଜିଲ୍ଳାପାଳ ବିଦ୍ୟାଳୟର ଶ୍ରେଣୀଗୃହ, ରୋଷେଇଶାଳ, ପାଣି ଯୋଗାଣ, ଶୌଚାଳୟ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାକୁ ନିରୀକ୍ଷଣ କରିଛନ୍ତି।