ପାଲଲହଡା: ହାଣ୍ଡିଧୂଆଁ ଷ୍ଟେସନ ରୋଡ଼ରୁ ତାଲାଭାଙ୍ଗି ଲକ୍ଷ୍ୟାଧିକ ଟଙ୍କାର ଜିନିଷ ଲୁଟିନେଲେ ଦୁର୍ବୁତ୍ତ ।
ହାଣ୍ଡିଧୂଆଁ ଷ୍ଟେସନ୍ ରୋଡ ନିକଟରେ ଅଜଣା ଦୁର୍ବୃତ୍ତଙ୍କ ଚୋରି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ରେଳ କର୍ମଚାରୀ ଶିବ ଶଙ୍କର କୁମାରଙ୍କ ମାଛ ଗୋଦାମ ନିକଟ ଭଡ଼ାଘରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ପ୍ରବେଶ କରି ୧୫ ଗ୍ରାମ୍ ସୁନାଚେନ୍, ରୂପା ଅଳଙ୍କାର ଓ ଅନ୍ୟ ଘରୋଇ ସାମଗ୍ରୀ ଲୁଟି ନେଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ଡ୍ୟୁଟିସାରି ନିଜ ଭଡା ଘରକୁ ଫେରି ଆଲମାରି ଭଙ୍ଗା ହୋଇଥିବା ଓ ଜିନିଷ ପତ୍ର ବିଛାଡ଼ି ହୋଇ ପଡିଥିବା ଦେଖି ଶିବଶଙ୍କର ଗୁରୁବାର ସକାଳ ୧୦ ଘଟିକା ସମୟରେ କୋଲିୟାରୀ ଥାନାରେ ଅଭିଯୋଗ କରିଛନ୍ତି।