ଓଡିଆପାଲି ନିକଟରେ ଘଟିଛି ଏକ ଗୁରୁତର ବାଇକ୍ ଦୁର୍ଘଟଣା। ତୀବ୍ର ଗତିରେ ବାଇକ୍ ଚଳାଉଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏହି ଦୁର୍ଘଟଣାରେ ଆଠ ଗାଁ ଅଞ୍ଚଳ ର ସୁରେଶ ମହଜୁଦ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହଯୋଗରେ ପ୍ରଥମେ ତାଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଆଜି ରାତି ୯ଟା ସମୟରେ ତାଙ୍କୁ ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ଅଧିକ ତଦନ୍ତ ଚାଲିଛି।