ଝାରସୁଗୁଡା: ଲଇକେରା ପାନପାଲି ଠାରେ ଆୟୋଜିତ କାଳୀପୂଜା ରେ ଯୋଗଦେଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ
ପବିତ୍ର କାଳୀ ପୂଜା ଅବସରରେ ଝାରସୁଗୁଡା ଜିଲ୍ଲା ଲଇକେରା ପାନପାଲି ଠାରେ ଆୟୋଜିତ କାଳୀପୂଜା ରେ ଯୋଗଦେଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ। ତେବେ ଆଜି ସକାଳ ସାଢେ ସାତଟା ସମୟରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଲଇକେରା ପାନପାଲି ଗସ୍ତ କରି ଆୟୋଜିତ ମାଁ କାଳୀଙ୍କ ପୂଜାର୍ଚ୍ଚନାରେ ଯୋଗଦେଇ ମା ଙ୍କ ଦର୍ଶନ କରି ଆଶିର୍ବାଦ କାମନା କରିଛନ୍ତି। ମା କାଳୀ ସମସ୍ତଙ୍କ ମନରେ ନୂତନ ଆଶା ଓ ଆକାଂକ୍ଷା ଭରି ଦିଅନ୍ତୁ ବୋଲି ଏହି ଅବସରରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ କାମନା କରିଥିଲେ। ଏହା ସହିତ କିଛି ସମୟ ସ୍ଥାନୀୟ ଜନସାଧାରଣ ଙ୍କ ସହ ଆଲୋଚନା କରିଥିଲେ