ଜୁନାଗଡ: କେଗାଁ ଠାରେ ଶ୍ୟାମାକାଲି ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ
କେଗାଁ ଠାରେ ଶ୍ୟାମାକାଲି ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ଆଜି 19ତାରିଖ ରବିବାର ସନ୍ଧ୍ୟା 6.30 ରେ କେଗାଁ ଠାରେ ଶ୍ୟାମା କାଳୀପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା ପ୍ରଥମେ ଗ୍ରାମର ଶତାଧିକ ମହିଳା ଉଦନ୍ତୀ ନଦୀକୁ ଯାଇ ପୂଜା ପାଠ ପରେ କଳସ ରେ ପାଣି ଭରି ପୂଜା ମଣ୍ଡପ କୁ ଆସିଥିଲେ ତେବେ ଏହି କଳସ ଯାତ୍ରା ରେ ଘଣ୍ଟ ଘୁମୁରା ବାଜା ଦଳ ରେ ଅଞ୍ଚଳ ଭକ୍ତି ଧ୍ୟନି ରେ ଉଛୁଳି ପଡୁଥିଲା ତେବେ ଏହି ପୂଜା ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଥିବାବେଳେ ପାଞ୍ଚ ଦିନ ଧରି ଚାଲିବାର କାର୍ଯ୍ୟକ୍ରମ ରହିଛି