ଝାରସୁଗୁଡା ଶହର ଏକ ଗୁରୁଦ୍ୱାରା ଠାରେ ଶିଖ ସମୁଦାୟ ପକ୍ଷରୁ ମହାନ କୀର୍ତ୍ତନ ସମାଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ମହାନ କୀର୍ତ୍ତନ ସମାଗମ କାର୍ଯ୍ୟକ୍ରମ ରେ ଅନନ୍ତବିର ସିଂହ ଜି ଏବଂ ପ୍ରମୁଖ ଗୁରୁ ଉପସ୍ଥିତ ରହି କୀର୍ତ୍ତନ ପରିବେଷଣ କରିଥିଲେ। ଆୟୋଜିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଅଞ୍ଚଳର ହଜାର ହଜାର ଶିଖ ସମ୍ପ୍ରଦାୟର ପୁରୁଷ ଓ ମହିଳା ଉପସ୍ଥିତ ରହିଥିଲେ। ତେବେ ଆଜି ସନ୍ଧ୍ୟା ସାତଟା ସମୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶିଖ ମାନଙ୍କ ଧର୍ମ ଏବଂ ଗୁରୁ ନାନକ ଙ୍କ ବଳିଦାନ ବିଷୟରେ ଏହି କୀର୍ତ୍ତନ ମାଧ୍ୟମରେ ଗୁଣଗାନ କରାଯାଇଛି।