ଗାନ୍ଧୀ ଷ୍ଟେଡିଅମ ଠାରେ ଆୟୋଜିତ କୁଚ ବିହାର ଟ୍ରଫି ଅଣ୍ଡର–19 ମ୍ୟାଚ୍ରେ ଓଡ଼ିଶା ଦଳ ଦୁର୍ବଳ ପ୍ରଦର୍ଶନ କରି ଗୋଟେ ଇନୀଙ୍ଗସ ଏବଂ ୫୭ ରନରେ କର୍ଣ୍ଣାଟକ ଠାରୁ ପରାଜିତ ହେଇଛି। ପ୍ରଥମ ଇନୀଙ୍ଗସ୍ରେ ଓଡ଼ିଶା ୧୫୯ ରନରେ ଅଲ୍ଆଉଟ୍ ହୋଇଥିବାବେଳେ, କର୍ଣ୍ଣାଟକ ବ୍ୟାଟ୍ସମ୍ୟାନମାନେ ଦ୍ୱିଶତକ, ସେଞ୍ଜୁରୀ ଓ ଅର୍ଦ୍ଧଶତକ ସହ ୫୨୨ ରନ କରି ପାଲି ଘୋଷଣା କରିଥିଲେ। ତାପରେ ଦ୍ୱିତୀୟ ପାଲିରେ ଓଡ଼ିଶା କେବଳ ୨୪୭ ରନ କରି ଚତୁର୍ଥ ଦିନରେ ଆଜି ଅପରାହ୍ନ ୧ଟା ପର୍ୟ୍ୟନ୍ତ ଅଲ୍ଆଉଟ୍ ହୋଇଯାଇଥିଲା। ଏହି ପରାଜୟ ସହ ଓଡ଼ିଶା ଦଳର ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ ସ୍ପଷ୍ଟ ହୋଇଛି।