ଟିଟିଲାଗଡ - ଟିଟିଲାଗଡ ହାଟପଦା ପଡ଼ା କ୍ରିକେଟ କ୍ଲବ୍ ତରଫରୁ ରାଜ୍ୟ ସ୍ତରୀୟ ମାଁ ଘଣ୍ଟାଶୁଣି କ୍ରିକେଟ ଟୁର୍ନା ମେଣ୍ଟ ସ୍ଥାନୀୟ ଡି ଏ ଭି ମହାବିଦ୍ୟାଳୟ ଖେଳ ପଡିଆରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଲାୟନ୍ସ୍ କ୍ଲବର ପୂର୍ବତନ ସଭାପତି ଶ୍ରୀ ଲିଙ୍ଗରାଜ ସାହୁ, ସମ୍ମାନୀତ ଅତିଥି ଭାବେ ହିଫଯୁଲ ରେହେମାନ ଯୋଗ ଦେଇଥିବା ବେଳେ ଶ୍ରୀ ସାହୁ ମା ଘଣ୍ଟାଶୁଣିଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଧୂପକାଠି ଦେଈ ପୂଜା କରି ନଡ଼ିଆ ବାଡେଇ ଫିତା କାଟି ଉଦ୍ଘାଟନ କରିଥିଲେ। ଏହାପରେ ଉଭୟ ଟିମର ଖେଳାଳୀଙ୍କ ସହ କର ମର୍ଦ୍ଦନ କରି ଉତ୍ସାହିତ କରିଥିଲେ। ଉଦ୍ଘାଟନ ମ୍ୟାଚ ଟିଟିଲାଗ