ପାଟଣାଗଡ: ହରିଶଙ୍କର ସମ୍ମୀଳନୀ କକ୍ଷରେ ଜାତୀୟ ପ୍ରେସ ଦିବସ ପାଳିତ
ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ହରିଶଙ୍କର ସମ୍ମିଳନୀ କକ୍ଷରେ ରବିବାର ମଧ୍ୟାହ୍ନରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି ।ସଂଘ ର ସଭାପତି ଶ୍ରୀ ପ୍ରହଲ୍ଲାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ସଦାନନ୍ଦ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।ପାଟଣାଗଡ଼ ବ୍ଲକ ବିଡ଼ିଓ ଶ୍ରୀ ସୁମନ ମିଞ ସମ୍ମାନିତ ଅତିଥି ଭାବରେ ରହିଥିଲେ ।ସାମ୍ବାଦିକ ଅଭୟ ତ୍ରିପାଠୀ କାର୍ଯ୍ୟକ୍ରମ ସଯୋଜନା କରିଥିବା ବେଳେ ସମ୍ପାଦକ ଶ୍ରୀ ସଦାଶିବ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ ।