କଣ୍ଟାମାଳ: ବୌଦ୍ଧ ଜିଲ୍ଲାର ପୋଲିସ ଅଧିକାରୀ ସ୍ତରରେ ଅଦଳ ବଦଳ, ବଦଳିଲେ କଣ୍ଟାମାଳ ଓ ବାଉଁଶୁଣୀ ଥାନା ଆଇଆଇସି
ମଙ୍ଗଳବାର ଦିନ ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲ ବୌଦ୍ଧ ଜିଲ୍ଲାର ପୋଲିସ ଅଧିକାରୀ ସ୍ତରରେ ଅଦଳ ବଦଳ କରିଛନ୍ତି | କଣ୍ଟାମାଳ ଆଇ ଆଇ ସି ରଂଜିତ ମୁନୀଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟକୁ ବଦଳି ହୋଇଥିବା ବେଳେ ଗତ ବାଉଁଶୁଣୀ ଥାନା ଆଇଆଇସି ଭାବେ ଗତ ସପ୍ତାହରେ ଯୋଗ ଦେଇଥିବା ବାସୁଦେବ ଭୋଇଙ୍କୁ କଣ୍ଟାମାଳ ଆଇଆଇସି ଭାବରେ ବଦଳି ହୋଇଛି | ସେହିପରି ବୌଦ୍ଧ ଥାନାରେ ଅତିରିକ୍ତ ଆଇଆଇସି ଥିବା ବବିତା ସାହୁଙ୍କୁ ବାଉଁଶୁଣୀ ଆଇଆଇସି ଭାବେ ବଦଳି ହୋଇଛି |