ସୁକିନ୍ଦା: ଖଣ୍ଡରା ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଦାନଗଦି ବ୍ଲକରେ ଅଭିଯୋଗ #jansamasya
ଦାନଗଦି ବ୍ଲକ ଅନ୍ତର୍ଗତ ନଡ଼ିଆଭଙ୍ଗା ଗ୍ରାମପଞ୍ଚାୟତ ଅଧିନସ୍ଥ ଖଣ୍ଡରା ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଦାନଗଦି ବ୍ଲକ ବିଡ଼ିଓଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ନଡ଼ିଆଭଙ୍ଗା ଗ୍ରାମପଞ୍ଚାୟତ ଅଧିନସ୍ଥ ଖଣ୍ଡରା ପ୍ରାଥମିକ ବିଦ୍ୟାଳୟର ନୂତନ ଗୃହ କାର୍ଯ୍ୟକୁ ଠିକାଦାର ନିମ୍ନ ମାନର କରୁଥିବା ଗ୍ରାମବାସି ମାନେ ଦେଖି ଘୋର ବିରୋଧ କରିଥିବା ଶନିବାର ଦିବା 11 ଘଟିକା ସମୟରେ ଦେଖିବାକୁ ମିଳିଛି । ଏନେଇ ଗ୍ରାମବାସି ମାନେ ଦାନଗଦି ବ୍ଲକ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି ।