ଝାରପୋଖରିଆ: ସାରସକଣାରେ ଧୂମଧାମରେ ଗଜଲକ୍ଷ୍ମୀ ପୂଜା ପାଳିତ
ଶାରଦୀୟ ପାର୍ବଣର ସମାପନ ସହଆଜି ଧରାବତରଣ କରିଛନ୍ତି ଧନଦାତ୍ରୀ ମା’ ଲକ୍ଷ୍ମୀ । ଏହି ଗଣପର୍ବ ପାଇଁ ଉତ୍ସବମୁଖର ସାରସକଣା । ଦେବୀ ଦୁର୍ଗାଙ୍କ ମେଲାଣି ପରେ ମା’ ଲକ୍ଷ୍ମୀଙ୍କ ପୂଜା ପାଇଁ ସଜେଇ ହୋଇଛି ସାରସକଣାର ମା ଲକ୍ଷ୍ମୀଙ୍କ ତରଣ । ଗତ ରାତିରେ ଘଟ ଉତ୍ତୋଳନ କରା ଯାଇ ଥିବାବେଳେ ଆଜି ସକାଳ 8 ଟା ଠାରୁ ମା ଲକ୍ଷ୍ମୀ ଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ସ୍ଥାନୀୟ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ତେବେ ହିନ୍ଦୁ ଧର୍ମର ବାର ମାସ ରେ ୧୩ ପର୍ବ ଭିତରେ ଲକ୍ଷ୍ମୀଦେବୀଙ୍କୁ ଆରାଧନା କରିବା ନାରୀ ମାନଙ୍କ ଏକ ନିଆରା । କାରଣ ଲକ୍ଷ୍ମୀଙ୍କର ଅନ୍ୟନାମ ଚଞ୍ଚଳ । ସେ କାହାକୁ ହସାନ୍ତି ତ କାହ