ଉମରକୋଟ: ବାପାକୁ ହତ୍ୟା କାରୀ ୩ ଘଟିକା ସମୟରେ ଅଭିଯୁକ୍ତ ବିଶ୍ୱନାଥ ଗଣ୍ଡ କୁ କୋର୍ଟ ଚାଲାଣ କରିଛି ଉମରକୋଟ ପୋଲିସ।
PLACE_UMARKOTE Date _୨୮.୧୦.୨୫ ଆଜି ଦିବା ୩ ଘଟିକା ସମୟରେ ଅଭିଯୁକ୍ତ ବିଶ୍ୱନାଥ ଗଣ୍ଡ କୁ କୋର୍ଟ ଚାଲାଣ କରିଛି ଉମରକୋଟ ପୋଲିସ। ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବଡ଼ବାସିନୀ ଗ୍ରାମରେ ଜମି ଜମା ମାମଲା କୁ କେନ୍ଦ୍ର କରି ଗତକାଲି ବାପ ପୁଅ ମଧ୍ୟରେ ବଚସା ହୋଇଥିଲା। ଅତ୍ୟଧିକ ରାଗିଯାଇ ପୁଅ ଟାଙ୍ଗିଆରେ ତାର ବାପାକୁ ମରଣାତ୍ମକ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ବାପା ସାଧୁ ରାଜଗଣ୍ଡ କୁ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।ମେଡ଼ିକାଲ ରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ।