ଝାରସୁଗୁଡା: କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପୁରସ୍କାରରେ ପୁରସ୍କୃତ ଝାରସୁଗୁଡା ଏସ୍ପିଙ୍କୁ ଭେଟି ବ୍ରଜରାଜନଗର ନାଗରିକ ସଙ୍ଘ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ
କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ଝାରସୁଗୁଡା ଏସ୍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର। ତେବେ ଏହାକୁ ନେଇ ଆଜି ସନ୍ଧ୍ୟା ଛଅଟା ସମୟରେ ଝାରସୁଗୁଡା ଏସ୍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଙ୍କୁ ଭେଟି ବ୍ରଜରାଜନଗର ନାଗରିକ ସଙ୍ଘ ତରଫରୁ ସମ୍ବର୍ଦ୍ଧନା ଜଣାଇ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଏହି ଅବସରରେ ବ୍ରଜରାଜନଗର ନାଗରିକ ସଙ୍ଘ ପକ୍ଷରୁ କମଳ ଗୋୟଲ, ପ୍ରମୋଦ ପଣ୍ଡା, ନିର୍ମଳ ସିଂହ ଚାୱଲା,ଶ୍ୟାମ ରାଓଲାନୀ, ଜମିଲ ଅହମଦ ପ୍ରମୁଖ ଉପସ୍ଥିତ ରହି ଝାରସୁଗୁଡା ଏସ୍ପିଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣାଇ ଅଭିନନ୍ଦନ ଜ୍ଞାପନ କରିଥିଲେ।