ବଡଚଣା: ଅମରାବତୀ ପାଟଣା ଗ୍ରାମରେ ଆଦିବାସୀ ମହିଳାଙ୍କୁ ମାଡ ମାରି ଜୈନିକ ଯୁବକ ବୈରୀ ଥାନାରେ ଅଟକ
ଆଦିବାସୀ ମହିଳାଙ୍କୁ ମାଡ ମାରି ଜୈନିକ ଯୁବକ ବୈରୀ ଥାନାରେ ଅଟକ ରହିଥିବା ଜଣାପଡ଼ିଛି। ସୂଚନା ଯୋଗ୍ଯ ଯେ ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ପଞ୍ଚାୟତର ଅମରାବତୀ ପାଟଣା ଗ୍ରାମର ଗଣେଶ୍ଵର ବେହେରା ଛତିଆ ଗ୍ରାମର ମାମିନା ନାୟକକୁ ମୋବାଇଲରେ ଗାଳି ଗୁଲଜ କରିଥିଲେ। ପରେ ମାମିନା ଉକ୍ତ ବିଷୟରେ ଗଣେଶ୍ଵର ଘରକୁ ଯାଇ ପଚାରିଲା। ଏଥିରେ ଉତ୍ଯକ୍ତ ହୋଇ ଗଣେଶ୍ଵର ମାମିନାକୁ ମାରଧର କରିଥିଲେ ।ମାମିନା ଏହି ଗଣ୍ଡଗୋଳ ନେଇ ଗୁରୁବାର ସକାଳ ୯ ଘଟିକା ସମୟରେ ନେଇ ବୈରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଉକ୍ତ ଅଭିଯୋଗକୁ ଭିତ୍ତିକରି ବୈରୀ ଥାନାରେ ଗଣେଶ୍ଵରକୁ ଅଟକ ରଖିବା ଜଣାପଡିଛି।