ଗତ ୧୮ ତାରିଖ ଠାରୁ ୩ଦିନ ଧରି ବିଦ୍ୟାଳୟ ପରିସରରେ ଚାଲିଥିବା ଥୁଆମୁଳ ରାମପୁର ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୭ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଶନିବାର ଅପରାହ୍ନ ୫ଟା ବେଳେ ଉଦଯାପିତ ହୋଇଯାଇଛି।ଏଥିରେ ଉଭୟ ବାଳକ ଓ ବାଳିକା ବିଭାଗରେ ୧୮ଟି ଇଭେଣ୍ଟରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଵିଶେଷ କରି ଦୌଡ଼, ମାରାଥନ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଡିସ୍କସ ,ଜେଭଳିନ, ଷଟପୁଟ,କବାଡି, ଭଲିବଲ, ମ୍ୟୁଜିକ ଚେୟାର,ପ୍ରଭୃତି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।