ନବରଙ୍ଗପୁର: ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକାଙ୍କ ସଭାପତିତ୍ବରେ ପାପଡାହାଣ୍ଡି ବାଳିକା ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମର ସମାପନ ହୋଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଗଣ ଶିକ୍ଷା ମନ୍ତ୍ରୀ ଯୋଗଦେଇ ନିଜ ଅଭିଭାଷଣ ରେ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇ ସଫଳତାର ଚାବିକାଠି ନିଜ ହାତରେ ଅଛି ବୋଲି କହିଥିଲେ। ସେହିପରି ଅନ୍ୟତମ ଅତିଥି ଭାବରେ ସାଂସଦ ପ୍ରତିନିଧିଙ୍କ ସମେତ ଅନ୍ୟ ଲୋକ ପ୍ରତିନିଧି ସାମିଲ ହୋଇଥିଲେ।