ଚକାପାଦ ସ୍ଥିତ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟରେ ୧୧୦ ଶଯ୍ୟା ବିଶିଷ୍ଟ ଆଧୁନିକ ଛାତ୍ରାବାସର ଶୁଭାରମ୍ଭ କଲେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ । ଏହି ଛାତ୍ରାବାସ ଜିଲ୍ଲାର ଦୂରବର୍ତ୍ତୀ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ପାଇଁ ଉଚ୍ଚଶିକ୍ଷା ପ୍ରାପ୍ତିର ଏକ ନୂତନ ଦ୍ୱାର ହେବ ବୋଲି ସାଂସଦ କହିଥିଲେ।ସଂସ୍କୃତ ଶିକ୍ଷା ଏବଂ ପାରମ୍ପରିକ ଜ୍ଞାନକୁ ସଂରକ୍ଷଣ କରିବା ସହିତ ଆଧୁନିକ ସୁବିଧା ପ୍ରଦାନ କରିବା ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ। କନ୍ଧମାଳର ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ଶିକ୍ଷା ସୁବିଧା ପ୍ରଦାନ କରିବା ମୋର ପ୍ରଥମ ଲକ୍ଷ୍ୟ।