ଆନନ୍ଦପୁର: ମୁଖ୍ୟମନ୍ତ୍ରୀଙ୍କ ଆନନ୍ଦପୁର ଗ୍ରସ୍ତ, ବିବାହ ଉତ୍ସବରେ ଯୋଗଦେଲେ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଆନନ୍ଦପୁର ଗ୍ରସ୍ତ କରି ମୁନିସିପାଲିଟି କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ଏକ ବିବାହ ଉତ୍ସବରେ ଯୋଗଦେଇ ୩ଟା ବେଳେ ଫେରି ଯାଇଛନ୍ତି। ଆଜି ଦିନ ଦୁଇଟା ବେଳେ ହେଲିକେପଟର ଯୋଗେ ଆନନ୍ଦପୁର ରେ ପହଂଚିବା ପରେ ଦଳୀୟ କର୍ମୀଙ୍କ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ଙ୍କ ଏହି ଗ୍ରସ୍ତ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।