ଜୁଜୁମୁରା ବ୍ଳକ କାର୍ଯ୍ୟାଳୟ ପରିସରରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ କାର୍ଯ୍ୟାଳୟ ପରିସରରେ ସୋମବାର ସକାଳେ ଭିନ୍ନକ୍ଷମ ସାମର୍ଥ୍ୟ ବା ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବୁର୍ଲା ଭିମସାର ରୁ ବିଶେଷଜ୍ଞ ଡାକ୍ତର ଆସି ଅଞ୍ଚଳର ୧୮୬ ଜଣ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୧୦ ଜଣଙ୍କୁ ହୁଇଲ ଚେୟାର ବଣ୍ଟନ ଓ ଭିନ୍ନକ୍ଷମ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମ ମାନଙ୍କ ପାଇଁ ବିଭିନ୍ନ ଯୋଜନାର ଲାଭ ପାଇବା ପାଇଁ ଭିନ୍ନକ୍ଷମ ମାନେ ଆବେଦନ କରିଥିଲେ ।