ବୀରମହାରାଜପୁର: ବିନିକା ବ୍ଲକ ଛକ ନିକଟରେ ଆଦିବାସୀ କଲ୍ୟାଣ ସଂଘର ଆଦିବାସୀ ଭବନ ନିର୍ମାଣ ପାଇଁ ଭୂମୀ ପୂଜନ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ଏନଏସି ଅଧ୍ୟକ୍ଷ
ବିନିକା ମହାନଦୀ ବ୍ରିଜ ନିକଟରେ ବ୍ଲକ ଆଦିବାସୀ କଲ୍ୟାଣ ସଂଘର ଆଦିବାସୀ ଭବନ ନିର୍ମାଣ ପାଇଁ ଆଜି ଦିନ ପ୍ରାୟ 12ଟା 30ମିନିଟ ସମୟରେ ଭୂମୀ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିନିକା ଆଦିବାସୀ କଲ୍ୟାଣ ସଂଘର ସଭାପତି ବିରଞ୍ଚି କୁଅଁରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଭୂମି ପୂଜନ ଉତ୍ସବକୁ ଏନଏସି ଅଧ୍ୟକ୍ଷ ସୁବାସ ଭୋଇ ମୁଖ୍ୟ ଅତିଥି ଭାବରେ ଭୂମିପୂଯା କରିବା ସହ ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ କଲ୍ୟାଣ ସଂଘର ଏନଏସି ସଭାପତି କରଞ୍ଜିତଭୋଇ, ବିର୍ଷମୁଣ୍ଡା କମିଟିର ସଭାପତି ପ୍ରମୋଦ ଲବନିଆ ଉପସ୍ଥିତ ରହିଥିଲେ l