ବାରିପଦା ମ୍ୟୁନିସିପାଲଟି: ଜାମଶୂଳି ଗ୍ରାମରେ ଭାଲୁ ଆକ୍ରମଣ ରେ ବୃଦ୍ଧ ଗୁରୁତର
ଖୁଣ୍ଟା ଫରେଷ୍ଟ ବିଭାଗ ଅଧିନ ଜାମଶୂଳି ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁବାର ଅପରାହ୍ନ ସମୟରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଭଣ୍ଡଗାଁ ପଞ୍ଚାୟତ ଅଧିନ ଜାମଶୂଳି ଗ୍ରାମର ସନାତନ ସିଂ ନାମକ ବ୍ୟକ୍ତି ଗ୍ରାମ୍ୟ ଜଙ୍ଗଲକୁ ଯାଇଥିବା ବେଳେ ଦୁଇଗୋଟି ଭାଲୁଙ୍କ ହାବୁଡ଼ ରେ ପଡ଼ିଯାଇଥିଲେ। ଏବଂ ଦୁଇ ଭାଲୁଙ୍କ ଆକ୍ରମଣରେ ସନାତନ ଗୁରୁତର ହୋଇ ପଡ଼ିଥିଲେ l ସ୍ଵାସ୍ଥ୍ୟବସ୍ଥା ଉଦ୍ ବେଗଜନକ ଥିବାରୁ ପରବର୍ତ୍ତୀ ସମୟରେ ଶୁକ୍ରବାର ଭୋର ସମୟରେ ତାଙ୍କୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି।