ଝାଙ୍କରପାଲିରେ ଚତୁର୍ଥ ବାଜି ରାଉତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ଝାଙ୍କରପାଲି ଠାରେ ଶନିବାର ସକାଳେ ଚତୁର୍ଥ ବାଜି ରାଉତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗ ଦର୍ଶନରେ ଆୟୋଜିତ ଏହି ମହୋତ୍ସବ ଗ୍ରାମାଞ୍ଚଳର ଲୁକ୍କାୟିତ କ୍ରୀଡା ପ୍ରତିଭାଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପରିଚୟ ପ୍ରଦାନ କରିବା ସହ ଯୁବପିଢି ଙ୍କ ସ୍ଵପ୍ନ ସାକାର ହେବ ମ