ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ମାଙ୍କେଡିଆ ବସ୍ତିରେ ରିଶା ମାଙ୍କିଡ଼ିଆଙ୍କ ମୃତ୍ୟୁ ଘଟଣାକୁ ନେଇ କଂଗ୍ରେସ ଦଳ ଦ୍ୱାରା ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିବା ଗୁରୁବାର ଅପରାହ୍ନ 3 ଘଟିକା ସମୟରେ ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲା ସଭାପତି ଶ୍ରୀ ମାଗୁଣି ଜେନାଙ୍କ ନେତୃତ୍ୱରେ, ରିଶା ମାଙ୍କିଡ଼ିଆଙ୍କ ଅନାହାର ଜନିତ ମୃତ୍ୟୁ ପ୍ରତି ଆପତ୍ତି ଜଣାଇ ଏବଂ ନ୍ୟାୟ ଦାବି କରି, କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ପତ୍ର ଦିଆଯାଇଛି ।