ବନ୍ଦଘରୁ ମୁର୍ମୁସ ଅବସ୍ଥା ରେ ଯୁବତୀ ଉଦ୍ଧାର। ବଲାଙ୍ଗୀର ସହର ରୁଗୁଡିପଡା ରେ ଘଟିଛି ଏଭଳି ଘଟଣା। ଯୁବତୀ ଜଣକ ଘର ଭିତରୁ କବାଟ ଦେଇ ମୁର୍ମୁସ ହୋଇପଡିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କ ଭଉଣୀ କବାଟ ବଦେଇବା ପରେ ମଧ୍ୟ ଖୋଲିନଥିଲେ ଏନେଇ ପୋଲିସ ଆସିବା ପରେ ଅଗ୍ନି ସମ ବାହିନୀ ସାହାଯ୍ୟ ରେ କବାଟ କାଟି ଭିତରୁ ଯୁବତୀଙ୍କୁ ଉଦ୍ଧାର କରି ଆଜି ରାତି ୧୦ଟା ସମୟ ରେ ଭୀମ ଭୋଇ ମେଡିକାଲ ରେ ଭର୍ତ୍ତି କରିଛନ୍ତି । ତେବେ କେଉଁ କାରଣ ଯୋଗୁଁ ଏଭଳି ଘଟଣା ଘଟାଇଲେ ଯୁବତୀ ନା ଆତ୍ମହତ୍ୟା ପାଇଁ କରିଥିଲେ ଏଭଳି ଉଦ୍ୟମ ତାହା ଅସ୍ପଷ୍ଟ ରହିଛି।