କେନ୍ଦୁଝର ସହର: ଖଜୁରୀମୁଣ୍ଡି ନିକଟରେ ୪ଚକିଆ ଅଟୋ ସହ ବାଇକ ମୁହାଁମୁହିଁ ଧକ୍କା, ବାଇକ ଆରୋହୀଙ୍କ ମୃତ୍ୟୁ
କେନ୍ଦୁଝର ଜିଲ୍ଲା ଶୁଆକାଟି ଫାଣ୍ଡି ଅଧିନ ଖଜୁରୀମୁଣ୍ଡି ନିକଟରେ ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ଏକ ୪ଚକିଆ ଅଟୋ ସହ ଏକ ବାଇକ୍ ଧକ୍କା ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, କେନ୍ଦୁଝରରୁ ବାଂଶପାଳ ଅଭିମୁଖେ ଥଣ୍ଡା ବୋଝେଇ ୪ଚକିଆ ଅଟୋ ଯାଉଥିବା ବେଳେ ବିପରୀତ ଦିଗରୁ ଗୁରୁବାର ହାଟ ସାରି ବାଇକ ଆରୋହୀ ଫେରୁଥିଲେ । ବାଇକ ଆରୋହୀଙ୍କ ପରିଚୟ ମିଳିପାରିନି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଗାଡ଼ି ଜବତ କରିବା ସହ ଶବକୁ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି