ନୂଆଦିଲ୍ଲୀରେ ବୋମା ବ୍ଲାଷ୍ଟ ହେବା ପରେ ବର୍ତ୍ତମାନ ଜୟପୁର ସହରରେ ନାକା ଲଗାଇ ଟର୍ଚ୍ଚର ଫ୍ଲାସ ଲାଇଟ ମାରି ଗାଡି ଗୁଡିକ ଯାଞ୍ଚ କରୁଛି। ଆଜି ରାତ୍ର 8ଟାରେ ଗ୍ଲୋକାଲ ହସପିଟାଲ ଛକ, ୟେଲୋବ୍ରିଜ ଛକ ଓ ରାଜ ନଅର ଛକ ନିକଟରେ ପୁଲିସ ଯିବା ଆସିବା ଗାଡି ଗୁଡିକ ଯାଞ୍ଚ କରୁଛି। ଏପରିକି ସହରରେ ଥିବା ସମସ୍ତ ହୋଟେଲ ଗୁଡିକୁ ଯାଇ ନୂତନ ଭାବେ ଆସିଥିବା ପର୍ଯ୍ୟଟକ ମାନଙ୍କ ଆଧାର କାର୍ଡ ଦେଖି ଯାଞ୍ଚ କରୁଥିବା ଜଣା ପଡିଛି। ଏହି ପ୍ରକିୟା ଆସନ୍ତା ଜାନୁଆରି ମାସ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ପ୍ରକାଶ କରିଛନ୍ତି।