ବଲାଙ୍ଗୀର: ସଇଁତଳା ଟାଉନ ପାଖରେ ଟ୍ରକ ଚାପି ଯୁବକଙ୍କ ମୃତ୍ୟୁ ଗ୍ରାମବାସୀଙ୍କ ରାସ୍ତା ଅବରୋଧ
ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଘଟଣାଟି ଘଟିଛି ସଇଁତଳା ଟାଉନ ପାଖରେ । ମିଳିଥିବା ସୂଚନା ଅନୁସାରେ, ସଇଁତଳା ବାସିନ୍ଦା ଶୁଶାନ୍ତ ଦାନି ନାମକ ଜଣେ ଯୁବକଙ୍କୁ ଏକ ଟ୍ରକ ଚାପି ଦେଇଥିଲା । ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଦୁର୍ଘଟଣା ପରେ ଡାଇଭରକୁ ସଇଁତଳା ପୋଲିସ ଅଟକ କରିଛି । ଏପରେ ମୃତଦେହକୁ NH-26 ଉପରେ ରଖି ଗ୍ରାମବାସୀ ଅବରୋଧ କରିଥିଲେ । ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିଥିଲା । ମୃତ ଦେହକୁ ରାତି ପ୍ରାୟ ୭ଟା ସମୟରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ର ବ୍ୟବଛେଦ କେନ୍ଦ୍ରକୁ ପଠାଯାଇଛି ।