ଗୋପାଳପୁର: ବିଜୁଳି ଘଡ଼ଘଡ଼ି ସହ ବଜ୍ରପାତ ସମ୍ଭାବନା, ଗଞ୍ଜାମ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
ଗଞ୍ଜାମ ଜିଲ୍ଲାରେ ଆସନ୍ତା କାଲି ଠାରୁ ୨ ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ବହିବାର ଆଶଙ୍କା ରହିଛି। ଏଥି ସହିତ ବଜ୍ରପାତ ସମ୍ଭାବନା ରହିଛି। ଏନେଇ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ବୁଧବାର ମଧ୍ୟାହ୍ନରେ ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।