ସୋହେଲା: ସରକାରୀ ଉଚ୍ଚ ବିଦ୍ୟାଳୟ ଲେବିଡ଼ି ରେ ହେବାକୁ ଥିବା ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ,ଯୋଗଦେଲେ ସୋହେଲା BEO
ଆସନ୍ତା କାଲି ସୋହେଲା ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ସରକାରୀ ଉଚ୍ଚ ବିଦ୍ୟାଳୟ ଲେବିଡ଼ି ଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ପାଇଁ ଆଜି ସଂଧ୍ଯା 5 ଟା ସମୟରେ ଏକ ବୈଠକ ଅମୃତା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ବିଭିନ୍ନ ଦାୟିତ୍ବରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ସମସ୍ତ ସିଆରସିସିଙ୍କ ସହ ଏବିଇଓ ଉପସ୍ଥିତ ଥିଲେ । ଆସନ୍ତାକାଲିର କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।