ରାଇରଙ୍ଗପୁର ସହର: ରାଇରଙ୍ଗପୁର ଠାରେ ଦେବସ୍ନାନ ପୂର୍ଣ୍ଣିମା ପାଳନ,ସୁରକ୍ଷା କଡା କଡି,ଯୋଗ ଦେଲେ ସାଂସଦ
ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ରେ ରୀତି ନୀତି ଅନୁସାରେ ତିନି ଠାକୁର ଙ୍କ ଦେବସ୍ନାନ ନୀତି ଅନୁଷ୍ଟିତ ହେଇ ଯାଉଛି।ସକାଳ 9 ଘଟିକା।ପରଠାରୁ ପରମ୍ପରା ଅନୁଯାୟୀ ତିନି ଠାକୁର ଙ୍କ ସ୍ନାନ କାର୍ଯ୍ୟ ସାରି ଭକ୍ତ ଙ୍କୁ ଦର୍ଶନ ଦେଇଥିଲେ।ତିନି ଠାକୁର ଙ୍କ ଦର୍ଶନ କରିବାକୁ ଭକ୍ତ ଙ୍କ ଭିଡ ଦେଖିବାକୁ ମିଳିଥିଲା।ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲ।ମହାପ୍ରଭୁ ଙ୍କ ରୀତି ନୀତି ରେ ଭାଗ ନେବା ତଥା ମହାପ୍ରଭୁ ଙ୍କୁ ଦର୍ଶନ କଲେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝି।