ରେଢାଖୋଲ: ରେଢ଼ାଖୋଲ ଅଞ୍ଚଳର ବିଭିନ୍ନ ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ
ରେଢ଼ାଖୋଲ ଅଞ୍ଚଳର ବିଭିନ୍ନ ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୁଯୁମୁରା , ନାକଟିଦେଉଳ , ରେଢ଼ାଖୋଲ ସହର , ବଡବାହାଲ , ତ୍ରୀବଣପୁର , କଦଳୀଗଡ ଠାରେ ମଙ୍ଗଳବାର ସକାଳେ ଜଗତଜନନୀ ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଆଜି ପୂଜା ମଣ୍ଡପ ଗୁଡିକରେ ପୁରୋହିତ ଙ୍କ ଦ୍ଵାରା ନିତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ହୋମ ଯଜ୍ଞ କରାଯାଇଥିଲା । ପୂଜା କମିଟି ପକ୍ଷରୁ ମଣ୍ଡପ ଗୁଡିକରେ ଚିକମିକ ଲାଇଟ୍ ରେ ସୁସଜ୍ଜିତ କରାଯାଇଛି ।