ଅନୁଗୋଳ ଏସସିଙ୍କ ଅଧ୍ୟକ୍ଷତାରେ ଆଜି ମାସିକ ଅପରାଧ ସମୀକ୍ଷା ବୈଠକ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାର ସମସ୍ତ ଅତିରିକ୍ତ ଏସପି, ଏସଡିପିଓ, ଛେଣ୍ଡିପଦା ଆଇଆଇସି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ। ସମୀକ୍ଷା ବୈଠକରେ ତଦନ୍ତ ଏବଂ ଦଣ୍ଡବିଧାନକୁ ସୁଦୃଢ଼ କରିବା, ବିଚାରାଧୀନ ମାମଲା ଗୁଡ଼ିକର ତ୍ୱରାନ୍ୱିତ ସମାଧାନ କରିବା ଓ ମହିଳା ଶିଶୁଙ୍କ ବିରୁଦ୍ଧରେ ଅପରାଧର ମୁକାବିଲା ପାଇଁ ଗୁରୁତ୍ୱ ଦେବାକୁ ନିଷ୍ପତି ହୋଇଥିଲା ।