ସୁକିନ୍ଦା: ରାଜଗୋଲା ଛକରେ ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର କଟକ ସ୍ଥାନାନ୍ତର
Sukinda, Jajpur | Nov 13, 2025 ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ରାଜଗୋଲା ଛକରେ ବାଇକ ଭାରଶ୍ୟାମ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ସ୍ଥାନୀୟ ବାସିନ୍ଦା ଯୁବକ ରାହୁଲ ସ୍ୱାଇଁ ଗୁରୁତର ହୋଇଯାଇଥିଲେ । ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ବୁଧବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।